• Language icon
  • ONDC Logo

    Do you want to change your default language?

    Continue Cancel

    ଗୋପନୀୟତା ନୀତି

    ଆମର ପ୍ରତିବଦ୍ଧତା

    ଡିଜିଟାଲ୍ କମର୍ସ ପାଇଁ ଓପନ୍ ନେଟୱର୍କ ( “ଆମେ”,“ଆମମାନଙ୍କୁ” “ୱେବସାଇଟ୍”, “ଓଏନଡିସି ”) ଡାଟା ସବ୍ଜେକ୍ଟ (“ତୁମେ”, “ତୁମର”, “ସବସ୍କ୍ରାଇବର୍”, “ବ୍ୟବହାରକାରୀ”)ଙ୍କ ଗୋପନୀୟତା ଅଧିକାର ଏବଂ ଆପଣଙ୍କର ସୂଚନାକୁ ସୁରକ୍ଷିତ ରଖିବା ପାଇଁ ଦୃଢ଼ ଭାବରେ ପ୍ରତିବଦ୍ଧ | ଆମର ପ୍ରତିବଦ୍ଧତା ଉପରେ ଆପଣଙ୍କର ବିଶ୍ୱାସକୁ ନଜରରେ ରଖି ଆମେ ଆମର ଗୋପନୀୟତା ଅଭ୍ୟାସକୁ ସମ୍ପୂର୍ଣ୍ଣ ଭାବରେ ପ୍ରକାଶ କରୁଛୁ | ଆମେ ଆପଣଙ୍କୁ ଆମର ଗୋପନୀୟତା ବିବୃତ୍ତି ପଢ଼ିବାକୁ ଉତ୍ସାହିତ କରୁଛୁ, ଯାହାଦ୍ୱାରା ବ୍ୟକ୍ତିଗତ ଚିହ୍ନଟ ପ୍ରକ୍ରିୟାର ସମସ୍ତ ତଥ୍ୟ ଓ ବ୍ୟବହାରକୁ ଆପଣମାନେ ସହଜରେ ବୁଝିପାରିବେ । ଏହି ବିବରଣୀ କେବଳ ondc.org ଦ୍ୱାରା ସଂଗୃହିତ ସୂଚନା ପାଇଁ ପ୍ରଯୁଜ୍ୟ |

    ଏହି ଗୋପନୀୟତା ନୀତି ବିଭିନ୍ନ ସାଇଟ୍ ଏବଂ ଆପ୍ଲିକେସନ୍ଗୁଡ଼ିକରେ ପ୍ରଦତ୍ତ ସୂଚନାର ବ୍ୟବହାର ପ୍ରଣାଳୀକୁ ବର୍ଣ୍ଣନା କରେ, ଯେଉଁଠାରେ ଏହି ନୀତିଗୁଡିକ ପୋଷ୍ଟ କରାଯାଇଛି । ଆମେ କାର୍ଯ୍ୟ କରୁଥିବା ଅଞ୍ଚଳର ପ୍ରଯୁଜ୍ୟ ନିୟମ ଅନୁଯାୟୀ ଏହି ଗୋପନୀୟତା ନୀତିକୁ ଆମେ ଅନୁସରଣ କରିଥାଉ । କେତେକ କ୍ଷେତ୍ରରେ, ଆମେ ନିର୍ଦ୍ଦିଷ୍ଟ ସେବା କିମ୍ବା ଅଞ୍ଚଳ ପାଇଁ ଅତିରିକ୍ତ ଡାଟା ଗୋପନୀୟତା ନୀତି ପ୍ରଦାନ କରିଥାଉ । ସର୍ତ୍ତାବଳୀଗୁଡିକ ସହିତ ଏହି ନୀତି ମିଳିତ ଭାବରେ ପଠନ ପାଇଁ ଉଦ୍ଦିଷ୍ଟ ।

    ଯେତେବେଳେ ଆପଣ ଏକ ତୃତୀୟ-ପକ୍ଷ ସାଇଟ୍ କିମ୍ବା ପ୍ଲାଟଫର୍ମରେ ଆମକୁ ସୂଚନା ପ୍ରଦାନ କରନ୍ତି (ଉଦାହରଣ ସ୍ୱରୂପ, ଆମର ଆପ୍ଲିକେସନ୍ ମାଧ୍ୟମରେ ସୋସିଆଲ୍ ମିଡିଆ/ସାମାଜିକ ଗଣମାଧ୍ୟମରେ ଲଗଇନ୍ ) ସେଗୁଡିକ ଆମ ଆପ୍ଲିକେସନ୍ ସହିତ ସଂଯୁକ୍ତ ସେହି ତୃତୀୟ-ପକ୍ଷ ସାଇଟ୍ ମାଧ୍ୟମରେ ହୋଇଥାଏ ଓ ଏହି ଗୋପନୀୟତା ନୀତିର ଅନ୍ତର୍ଭୁକ୍ତ, ଏବଂ ତୃତୀୟ-ପକ୍ଷ ସାଇଟ୍ କିମ୍ବା ପ୍ଲାଟଫର୍ମ ଦ୍ୱାରା ସଂଗୃହିତ ତଥ୍ୟ ଗୁଡିକ ସେହି ପ୍ଲାଟଫର୍ମ କିମ୍ବା ସାଇଟ୍ର ଗୋପନୀୟତା ନୀତି ଅଧୀନରେ ରହିଥାଏ । ତୃତୀୟ-ପକ୍ଷ ସାଇଟ୍ କିମ୍ବା ପ୍ଲାଟଫର୍ମରେ ଆପଣ କରିଥିବା ଗୋପନୀୟତା ବିକଳ୍ପଗୁଡିକ ଆମ ସାଇଟ୍ ମାଧ୍ୟମରେ ସିଧାସଳଖ ସଂଗୃହିତ ସୂଚନାର ବ୍ୟବହାର ଯୋଗ୍ୟ ବିବେଚିତ ହେବ ନାହିଁ | ଆମର ସାଇଟ୍ ସହିତ ସଂଯୁକ୍ତ ଅନ୍ୟ ସାଇଟଗୁଡିକର ଆମ ଦ୍ୱାରା ମାଲିକାନା କିମ୍ବା ନିୟନ୍ତ୍ରିତ ନୁହେଁ ଏବଂ ସେହି ସାଇଟ୍‍ଗୁଡିକର ଗୋପନୀୟତା ଅଭ୍ୟାସ ପାଇଁ ଆମେ ଦାୟୀ ନୁହେଁ | ଆପଣ ଯେତେବେଳେ ଆମର ସାଇଟ୍ କିମ୍ବା ଆପ୍ଲିକେସନ୍ସ ପରିତ୍ୟାଗ କରନ୍ତି ଏବଂ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରୁଥିବା ଅନ୍ୟ ସାଇଟ୍‍ଗୁଡିକର ଗୋପନୀୟତା ନୀତିକୁ ପଢ଼ି ସେଗୁଡିକ ପ୍ରତି ସତର୍କ ତଥା ସଚେତନ ରହିବା ପାଇଁ ଆମେ ଆପଣଙ୍କୁ ପରାମର୍ଶ ଦେଇଥାଉ ।

    ଏଠାରେ ନିର୍ଦ୍ଦିଷ୍ଟ ସଂଜ୍ଞା ପ୍ରଦାନ କରୁନଥିବା ପ୍ରକାଶିତ ଶବ୍ଦଗୁଡିକ, ବ୍ୟବହୃତ ସର୍ତ୍ତାବଳୀ ଅନୁଯାୟୀ ଦିଆଯାଇଥିବା ଶବ୍ଦର ଅର୍ଥ ସହ ସମାନ ଅଟେ । ଆପଣ ବ୍ୟବହାର କରୁଥିବା ସେବାଗୁଡିକ (ୱେବସାଇଟ୍, ଆପ୍ଲିକେସନ୍ କିମ୍ବା ଅନ୍ୟାନ୍ୟ ସେବା) ପାଇଁ ଏହି ଗୋପନୀୟତା ନୀତି ଓ ସର୍ତ୍ତାବଳୀରେ ବ୍ୟବହୃତ ସଂଯୋଜକ ଶବ୍ଦଗୁଡିକୁ ମିଳିତ ଭାବରେ ପଢ଼ିବା ଆବଶ୍ୟକ ।

    ବ୍ୟବହାରକାରୀ ସମ୍ମତି

    ONDC ର ସେବା ବ୍ୟବହାର କରି (ଉଦାହରଣ ସ୍ୱରୂପ, ନିଯୁକ୍ତି ସୁଯୋଗ ପାଇଁ ନାମ ପଞ୍ଜୀକୃତ କରିବା, କୌଣସି ପ୍ରତିଯୋଗିତା କିମ୍ବା ପଦୋନ୍ନତିରେ ଅଂଶଗ୍ରହଣ କରିବା ଅଥବା ଆମ ସାଇଟରେ ଆମ ସହିତ ଯୋଗାଯୋଗ କରିବା ଆଦି ), ନିର୍ଦ୍ଧାରିତ ନୀତି ଅନୁଯାୟୀ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ସଂଗ୍ରହ, ବ୍ୟବହାର ଏବଂ ଅଂଶୀଦାର ପାଇଁ ସହମତ ହେବା ଆବଶ୍ୟକ । | କେତେକ କ୍ଷେତ୍ରରେ, ବିଶେଷକରି ଯଦି ଆପଣ ଡାଟା ସୁରକ୍ଷା ନିୟମାବଳୀ ଦ୍ୱାରା ପରିଚାଳିତ କୌଣସି ଦେଶରେ ବସବାସ କରୁଥାନ୍ତି, ତେବେ ଆଗକୁ ବଢ଼ିବା ପୂର୍ବରୁ ଆମ କହିବାନୁଯାୟୀ ଆପଣ ସ୍ପଷ୍ଟ ଭାବରେ ନିଜର ସମ୍ମତି ପ୍ରଦାନ ପୂର୍ବକ ଆମର ସେବାଗୁଡିକ ଆକସେସ୍ କରିପାରିବେ ।

    ଯଦି ଆପଣ ଜଣେ ରୋମିଂ ଉପଭୋକ୍ତା ହୋଇଥାନ୍ତି ଅଥବା ପର୍ଯ୍ୟଟକ ଭାବରେ ବିଭିନ୍ନ ଦେଶ ଭ୍ରମଣ କରୁଥାନ୍ତି ଏବଂ ONDC ର ସେବାଗୁଡିକ ବ୍ୟବହାର କରୁଥାନ୍ତି, ତେବେ ପଞ୍ଜୀକରଣ ହୋଇଥିବା ଦେଶକୁ ( ଯେଉଁ ଦେଶରେ ଆପଣ ପ୍ରଥମ ଥର ପାଇଁ ବିବରଣୀ ପ୍ରଦାନ କରିଛନ୍ତି ) ଆପଣଙ୍କ ପ୍ରାଥମିକ ଦେଶ ଭାବରେ ଆମେ ପ୍ରାଧାନ୍ୟ ଦେବୁ ଏବଂ ପଞ୍ଜୀକରଣ ସମୟରେ ଆପଣଙ୍କ ସ୍ପଷ୍ଟ ସମ୍ମତି ଅନୁଯାୟୀ ପ୍ରାପ୍ତ ବ୍ୟକ୍ତିଗତ ସୂଚନା ପ୍ରକ୍ରିୟାକରଣ ପାଇଁ ବୈଧ ଅଟେ । ପଞ୍ଜୀକରଣ ସମୟରେ ସେହି ଦେଶର ନିୟମ ଅନୁଯାୟୀ ପ୍ରଯୁଜ୍ୟ ଗୋପନୀୟତା ସର୍ତ୍ତାବଳୀ ଆପଣଙ୍କ ପାଇଁ ଲାଗୁ ହେବ |